![tamil christian songs lyrics](https://www.worldtamilchristians.com/wp-content/uploads/2023/11/tamil-christian-songs-lyrics-150x150.png)
ଦୁଃଖୀ ଲୋକ ସେ – Dukhi Loka
ଦୁଃଖୀ ଲୋକ ସେ – Dukhi Loka
ଦୁଃଖୀ ଲୋକ ସେ ଯେ ଶୋକ ପରିଚିତ
କାନ୍ଧେ ଭାରି କୃଶ କାଠ
ବକ୍ଷେ କୋରଡ଼ା ଆଘାତ
ବହି ଚାଲନ୍ତି ସେ ପଥ। ୦
ମସ୍ତକେ ଶୋଭେ କଣ୍ଟାର ମୁକୁଟ
ମୁଖେ ଆଘାତ କ୍ଷତ
ରକତ ଝରେ ଶରୀରୁ ତାଙ୍କ
ନୀରବ ଶାନ୍ତ ସେ ତ
ଏଇ ଦେଖ ଯୁବା ମେଷ ବଳିକୃତ। ୧
ମୋର ପାପ ନିଜ ଅଙ୍ଗେ ନେଇ
ଚାଲନ୍ତି ଯାତନା ସାହି
ଯେପରି ମତେ କ୍ଷମା ଦେବେ କୃଶେ
ସାଧିବେ ପିତାଙ୍କ ମତ
ଏଇ ଦେଖ ଯୁବା ମେଷ ବଳିକୃତ। ୨
ମୋ ପରି ହେ ବନ୍ଧୁ ଦେଖୁଛ ନିଜକୁ
ପାପେ ଭାରାକ୍ରାନ୍ତ
ଅନୁତାପ ନୀରେ ଆସ ଯୀଶୁ ପାସେ
କ୍ଷମିବେ ପାପ ସତ
ଏଇ ଦେଖ ଯୁବା ମେଷ ବଳିକୃତ। ୩