![tamil christian songs lyrics](https://www.worldtamilchristians.com/wp-content/uploads/2023/11/tamil-christian-songs-lyrics-150x150.png)
Janmichanti Trana Karta – ବେଥଲିହିମ ର ଜୀର୍ନ କୁଟିରେ
Janmichanti Trana Karta – ବେଥଲିହିମ ର ଜୀର୍ନ କୁଟିରେ
ବେଥଲିହିମ ର ଜୀର୍ନ କୁଟିରେ
ନସ୍ଵ ର ଦେହ ନେଇ
ଜନ୍ମିଛନ୍ତି ତ୍ରାଣକର୍ତ୍ତା, ମଣିଷ ର ମୁକ୍ତି ପାଇଁ। ୦
ଦେଖ ସେ ଶିଶୁଙ୍କୁ ଗୁହାଳ କୁଣ୍ଡରେ
ଅମିୟ ଝରୁଛି ସ୍ୱର୍ଗୀୟ ଜ୍ୟୋତିରେ
ବାଞ୍ଚିତ ଜ୍ୟୋତିର୍ମୟ ମାନବ ରୂପରେ
ଈଶ୍ୱର ତ୍ରାଣ ପାଇଁ ଆସନ୍ତି ଧରାରେ
ଅନ୍ଧକାର ଅପସରେ,
ସରଗର ଜ୍ୟୋତି ନେଇ -୨
ଆଶାର ଆଲୋକ ବିଛୁରେ ଧରାରେ
ତ୍ରାଣ ର ଦିପାଳି ଜଳେ ଅନ୍ଧକାରେ
ସେ ମହା ପରିତ୍ରାଣେ ଅମର ମଣିଷ
ମୃତ୍ୟୁ ର ଅଭିଲେଖା ସେ ଆଲୋକେ ମରେ
ଏ ପୃଥିବୀ ହସି ଉଠେ
ସ୍ୱର୍ଗୀୟ ଶୋଭା ନେଇ। ୨