![tamil christian songs lyrics](https://www.worldtamilchristians.com/wp-content/uploads/2023/11/tamil-christian-songs-lyrics-150x150.png)
କେମିତି ଭୁଲିବି ସେ ପ୍ରେମ) – Kemti Bhulibi Se prema
କେମିତି ଭୁଲିବି ସେ ପ୍ରେମ) – Kemti Bhulibi Se prema
* କେମିତି ଭୂଲିବି ସେ ପ୍ରେମ
ସେ ପ୍ରେମେ ଅଛି ମୋ ଜୀବନ
ଖୋଜି ଖୋଜି ଉଦ୍ଧାରିଲେ
କଲେ ମତେ ନିଜର
* ହୋଇଥିଲି ଯେବେ ମୁ ଏକା
କେହି ନଥିଲେ ମୋ ସାହା
ଅନ୍ଧକାରେ ହୋଇଥିଲି
ଏ ଦୁନିଆରେ ଆଶାହରା
ପାଶେ ଆସି ଲୁହ ପୋଛି
ହୋଇଲେ ସାହାରା ।
* ଅବାଟରେ ଚାଲୁ ଥିଲି ମୁ
ପାପ ପଥେ ଝୁଣ୍ଟୁଥିଲି ମୁ
ଦେଖାଇଲେ ଯୀଶୁ ଜୀବନର ପଥ
ପାସେ ଆସି ହାତ ଧରି
କରିଲେ ନିଜର ।