![tamil christian songs lyrics](https://www.worldtamilchristians.com/wp-content/uploads/2023/11/tamil-christian-songs-lyrics-150x150.png)
ଜୀବନରେ ଯାହା ପାଇଛୁ – Tumari Mangala Dana
ଜୀବନରେ ଯାହା ପାଇଛୁ – Tumari Mangala Dana
ଜୀବନରେ ଯାହା ପାଇଛୁ
ସବୁ ତ, ତୁମରି ମଙ୍ଗଳ ଦାନ
ପାରି ନାହୁଁ କଳି ଆହେ
ପ୍ରେମମୟ, ପ୍ରେମମୟ
ତୁମ ପ୍ରେମ ଅନୁପମ, ଅନୁପମ। ୦
ପ୍ରତି କ୍ଷଣ ତୁମ ସରାଗ ରେ ଭରା
ପ୍ରତି ରାତି ଆଉ ଦିନ
ପାହାଡ଼ ପର୍ବତ, ନଦ ନଦୀ ସବୁ
ସୂର୍ଯ୍ୟ ଚନ୍ଦ୍ର ତାରା ଗଣ
ନାହିଁ କେହି ଆଉ ପ୍ରଭୁ ତୁମ ସମ
ତୁମେ ଚିର ବନ୍ଦନୀୟ, ବନ୍ଦନୀୟ। ୧
ମିଛ ମାୟା ଭରା, ଜଗତରେ ଏହି
ବିଶ୍ୱାସ ରେ ରହିବାକୁ
ଜାଗ୍ରତ କର ଜୀବନ ଆମରି
ହାରିବାନି କେବେ ପ୍ରଭୁ
ତୁମ ମହା ପ୍ରେମ ଭରି ଦିଅ ଆଜି
ଏଇ ଆମ ନିବେଦନ, ନିବେଦନ। ୨